Categories: ଜାତୀୟ

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ ମଧ୍ୟ କୌଣସି ସୁତକ ଲାଗୁ ହେବନି। ଦେବନୀତି ସ୍ବାଭାବିକ ଭାବେ କରାଯିବ। ସାଧାରଣତଃ ସୂର୍ଯ୍ୟ ପୃଥିବୀ ଏବଂ ଚନ୍ଦ୍ର ଗୋଟିଏ ସରଳ ରେଖାରେ ପୂର୍ଣ୍ଣିମାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ। ତେବେ ଏହି ଚନ୍ଦ୍ର ଗ୍ରହଣରେ ଏପରି ହେବ ନାହିଁ। ଚନ୍ଦ୍ର ପୃଥିବୀର ଛାୟା ସିଧାରେ ନ ରହି ଉପଛାୟା ଅଞ୍ଚଳରେ ରହିବ। ତେଣୁ ଚନ୍ଦ୍ରର ଉଜ୍ୱଳତା କିଛି ସମୟ ପାଇଁ କମିଯାଇ ପୁଣି ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ରାତ୍ର ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୪୨ରେ ମୋକ୍ଷ ହେବ। ଗତ ୧୦ ବର୍ଷ ମଧ୍ୟରେ ଏଭଳି ଚନ୍ଦ୍ରଗ୍ରହଣ ୬ଥର ହୋଇଛି। ଚଳିତ ବର୍ଷ ଜୁନ୍‌ ୫, ଜୁଲାଇ ୫ ଏବଂ ନଭେମ୍ବର ୩୦ରେ ମଧ୍ୟ ଏଭଳି ଉପଛାୟା ଚନ୍ଦ୍ରଗ୍ରହଣ ହେବ।

Share