ଭବାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଜିଲାର ସମସ୍ତ ପରୀକ୍ଷାର୍ଥୀ ନିଜ ନିଜ ବ୍ଲକର ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରୁ ପ୍ରବେଶ ପତ୍ର ସଂଗ୍ରହ କରିବେ ବୋଲି ସୂଚନା ଦିଆଯାଇଛି।