ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିବା ନେଇ ଏକ ଚିଠିର ଫଟୋ ସହ ଉଲ୍ଲେଖ କରିଛନ୍ତି। ଏହି ବିମାନ ସପ୍ତାହକୁ ଦୁଇଥର ଭୁବନେଶ୍ୱରରୁ ସୁରଟ ଓ ବେଙ୍ଗାଲୁରୁକୁ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟ ସକାଳ ୮.୪୦ରେ ଛାଡ଼ି ସୁରଟରେ ସକାଳ ୧୦.୪୦ରେ ପହଞ୍ଚତ୍ବ। ସେହିପରି ଶୁକ୍ରବାର ଓ ରବିବାର ସୁରଟରୁ ପୂର୍ବାହ୍ନ ୮.୩୦ରେ ଉଡାଣ ଭରି ଭୁବନେଶ୍ୱରରେ ୧୦.୩୦ରେ ପହଞ୍ଚତ୍ବ। ସୂଚନାଯୋଗ୍ୟ, ଏହି ବିମାନ ସୋମବାର ଓ ଗୁରୁବାର ବେଙ୍ଗାଲୁରୁଠାରୁ ଭୁବନେଶ୍ୱର ଓ ଏଠାରୁ ସୁରଟକୁ ଚଳାଚଳ କରିବ। ଶୁକ୍ରବାର ଓ ରବିବାର ବେଙ୍ଗାଲୁରୁଠାରୁ ଏହି ବିମାନ ସୁରଟକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଆସିବ। ଅର୍ଥାତ୍‌ ଏହି ବିମାନ ବେଙ୍ଗାଲୁରୁ-ସୁରଟ ମଧ୍ୟରେ ଭାୟା ଭୁବନେଶ୍ୱର ହୋଇ ଚଳାଚଳ କରିବ।

Share