ଜାନୁୟାରୀ ୫ରେ କାଦମ୍ବିନୀ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଆସନ୍ତା ୫ ଜାନୁୟାରୀରେ କିଟ୍‌ କନଭେନସନ ସେଣ୍ଟରଠାରେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜନ ହେଉଛି କାଦମ୍ବିନୀ ସାହିତ୍ୟ ଉତ୍ସବ, କାଦମ୍ବିନୀ ପତ୍ରିକା ହାଟ ଓ କୁନାକୁନି ମେଳା। ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଯୋଗ ଦେବେ ଲେଖକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ୍‌ ଖୁର୍ସିଦ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଡ. ଚନ୍ଦ୍ରଶେଖର କମ୍ବର, ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗ, ସାମ୍ବାଦିକ ରାହୁଲ ଦେବ ଓ ଅଭିନେତା ରଜତ କପୁର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅନୁରାଧା ରାୟଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ ଓ ହରପ୍ରସାଦ ଦାସଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ଦିଆଯିବା। ସମ୍ପାଦିକା ଇତି ସାମନ୍ତଙ୍କ ‘ଶକୁନ୍ତଳାର ଝିଅ’ର ଇଂଲିଶ ଅନୁବାଦ ଉପନ୍ୟାସ ଉନ୍ମୋଚନ ହେବ।

Share