ଜାପାନରୁ ଉଠିଲା ଜରୁରୀ ସ୍ଥିତି

ଟୋକିଓ,୨୬ା୫: ଜାପାନରେ ଲାଗୁ ହୋଇଥିବା କରୋନା ଜନିତ ଜରୁରୀ ସ୍ଥିତିକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଉଠାଇ ଦେଇଛନ୍ତି। ପୂର୍ବରୁ କେତେକ ଅଞ୍ଚଳରୁ ଇମର୍ଜେନ୍ସି ଉଠିଥିବାବେଳେ ସୋମବାର ଟୋକିଓ ସମେତ ଅବଶିଷ୍ଟ ୪ଟି ଅଞ୍ଚଳରୁ ଏହାକୁ ହଟାଇଦିଆଯାଇଛି। ଟୋକିଓ, କନଗଓ୍ବା, ଚିବା ଓ ସାଇତାମା ତଥା ହେକିଇଡୋ ଅଞ୍ଚଳରୁ ଇମର୍ଜେନ୍ସି ଉଠାଇବା ପାଇଁ ବିଶେଷଜ୍ଞ କମିଟି ସୁପାରିସ କରିଥିଲା। ଜାପାନରେ ୧୬,୬୦୦ କରୋନା ସଂକ୍ରମିତ ହୋଇଥିବାବେଳେ ୮୫୦ ଲୋକଙ୍କ ମୃତ୍ୟୁ ଘଟିଛି। ଜାପାନ ସରକାର ଦେଶରେ ସଂକ୍ରମଣ ରୋକିବାରେ ସଫଳ ହୋଇଛନ୍ତି।

Share