ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା ପରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇପଡିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନ ବହୁଛି। ସାମୁଦ୍ରିକ ବାତ୍ୟାଜନିତ ବର୍ଷା ଓ ଭୂସ୍ଖଳନରେ ଜଣକର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଯୋଗୁ ୭୦ ଜଣ ଆହତ ହୋଇଛନ୍ତି।

Share