ବ୍ରହ୍ମପୁର ଅଫିସ,୧୯।୨: ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା ସାହିର ଜଣେ ଯୁବ ଇଞ୍ଜିନିୟର ଫସି ରହିଛନ୍ତି । ସେ ହେଉଛନ୍ତି ଲିଙ୍ଗରାଜ ନାୟକଙ୍କ ସାନ ପୁଅ ଶିବାଶିଷ। ସେ ୧୪ ଦିନ ହେଲା ଉକ୍ତ ଜାହାଜରେ ପଣବନ୍ଦୀ ଭାବେ ଫସି ରହିଛନ୍ତି । ଉକ୍ତ ଜାହାଜରେ ୧୬୦ ଭାରତୀୟଙ୍କ ସମେତ ବିଭିନ୍ନ ଦେଶର ୩୫୦୦ ଯାତ୍ରୀ ଥିଲେ। ଜାପାନ ସରକାରଙ୍କ ପ୍ରତିଷେଧମୂଳକ ପଦକ୍ଷେପରେ ଇଞ୍ଜିନିୟର ଶିବାଶିଷ ଏବେ ଭୋକ ଉପାସରେ ଜାହାଜ ଭିତରେ ପଡ଼ି ରହିଛନ୍ତି । ଏଣୁ ଭାରତ ଏବଂ ଓଡ଼ିଶା ସରକାର ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ସେଠାରୁ ତାଙ୍କ ପୁଅକୁ ଉଦ୍ଧାର କରିବା ଲାଗି ଲିଙ୍ଗରାଜ ଆକୁଳ ନିବେଦନ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ