ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଜାପାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଜାପାନର ଉତ୍ତରରେ ଥିବା ହୋକ୍କାଇଡୋର ପୂର୍ବ ଉପକୂଳରେ ଭୂଗର୍ଭର ୬୦ କିମି ତଳେ ଥିଲା ବୋଲି ଅନୁମାନ କରାଯାଇଛି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ।

Share