ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ ହାଚିଜୋ-ଜିମାଠାରୁ ଭୂଗର୍ଭର ୫୨.୯ କିମି ତଳେ ଥିବା ଅନୁମାନ କରାଯାଉଛି। ପ୍ରଶାନ୍ତ ମହାସାଗରର ରିଙ୍ଗ୍‌ ଅଫ୍‌ ଫାୟାର ଜୋନ୍‌ରେ ଥିବାରୁ ଜାପାନରେ ଅଧିକାଂଶ ସମୟରେ ଭୂକମ୍ପ ଅନୁଭୁତ ହୋଇଥାଏ। ପୂର୍ବରୁ ଜୁଲାଇ ୨୮ରେ ଜାପାନର ହୋନଶୁଠାରେ ୬.୩ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା।

Share