ଜାପାନରେ ୬.୩ ତୀବ୍ରତାର ଭୂକମ୍ପ

ଟୋକିଓ,୨୮।୭: ଜାପାନର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପ ହୋନ୍ସୁରେ ରବିବାର ସକାଳେ ୬.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଯେଉଁ ଅଞ୍ଚଳରେ ଏହା ଅନୁଭୂତ ହୋଇଛି ଏଠାରେ ପ୍ରାୟ ୩୦ ମିଲିୟନ ଲୋକେ ବସବାସ କରୁଛନ୍ତି। ଏହି ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇ ନାହିଁ।

Share