ଜାପାନରେ ୭୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଶହେ ବସନ୍ତ

ଟୋକିଓ,୧୪।୯: ଜପାନରେ ଜନ୍ମହାର କମ୍‌ ହେବା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରଥମ ଥର ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧ ହଜାର ଟପି ଯାଇଛି। ଦେଶରେ ଲାଗାତାର ୪୯ ଥର ବୟସ୍କଙ୍କ ସଂଖ୍ୟାରେ ବୃଦ୍ଧି ଆସିଥିବା କହିଛି, ଜାପାନ ସରକାରଙ୍କର ସ୍ବାସ୍ଥ୍ୟ, ଶ୍ରମ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ତେବେ ଏହି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଇଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ୭ହଜାର ୨୨୮ ବ୍ୟକ୍ତିଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୮୮ ପ୍ରତିଶତ ବୋଲି ଜଣାପଡିଛି। ତେବେ ଶହେ ବର୍ଷୀୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏତେ ବଡ ଅନ୍ତର କ’ଣ ପାଇଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗତ ୩୦ ବର୍ଷ ମଧ୍ୟରେ ଜାପାନରେ ଶତାୟୁଙ୍କ ସଂଖ୍ୟାରେ ୨୩ ଗୁଣା ବୃଦ୍ଧି ଘଟିଛି ବୋଲି କୁହାଯାଏ।

Share