ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି। ୮୫ବର୍ଷୀୟ ବୃଦ୍ଧଙ୍କଠାରୁ ୫୯ ବର୍ଷୀୟ ପୁତ୍ରଙ୍କୁ ଏହି ଐତିହାସିକ ସିଂହାସନ ହସ୍ତାନ୍ତର ପର୍ବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ୩୦ ବର୍ଷ କାଳ ଜାପାନ ପରି ଦେଶର ସମ୍ରାଟ୍‌ ରହିବା ଅବସରରେ ଆକିହିତୋ ରକ୍ଷଣଶୀଳମାନଙ୍କ ଜାତୀୟତାବାଦ ଅପେକ୍ଷା ମାନବବାଦକୁ ପ୍ରାଧାନ୍ୟ ଦେଇ ସାଧାରଣ ଜନତାଙ୍କର ପ୍ରିୟଭାଜନ ହୋଇଥିଲେ। ପ୍ରତିଟି କାର୍ଯ୍ୟରେ ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ତାଙ୍କର ମାନବବାଦୀ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳୁଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ ଥିଲେ ମଧ୍ୟ ଜନସାଧାରଣ ହିଁ ଥିଲେ ତାଙ୍କର ସବୁ ଯୋଜନାର କେନ୍ଦ୍ରରେ।
ରାଜଗାଦି ତ୍ୟାଗ କରିବା ଅବସରରେ ଆକିହିତୋ କହିଛନ୍ତି ଯେ ୩୦ ବର୍ଷ ତଳେ ସିଂହାସନାରୂଢ଼ ହେବା ଦିନଠାରୁ ଲୋକଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନକୁ ନେଇ ସେ ନିଜର କର୍ତ୍ତବ୍ୟ କରିଆସିଛନ୍ତି। ସେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିପାରିଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରନ୍ତି। ଜାପାନ ଓ ଏହାର ସମ୍ରାଟ୍‌ମାନଙ୍କର ଦୀର୍ଘ ଇତିହାସରେ ଏହା ଥିଲା ଏକ ବିରଳ ମୁହୂର୍ତ୍ତ। ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ସରକାର ୧୦ ଦିନିଆ ଛୁଟି ଘୋଷଣା କରିଛନ୍ତି। କାମ ପାଇଁ ପ୍ରତିବଦ୍ଧ ଏକ ଦେଶରେ ଏତେ ଦିନ ଛୁଟି ଘୋଷଣାରୁ ସେମାନେ ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ବୁଝାପଡ଼ିଯାଉଛି। ଗତ ୨୦୦ ବର୍ଷ ଭିତରେ ଆକିହିତୋ ହେଉଛନ୍ତି ପ୍ରଥମ ସମ୍ରାଟ୍‌ ଯେକି ସ୍ବେଚ୍ଛାକୃତ ଭାବରେ ରାଜସିଂହାସନ ତ୍ୟାଗ କରିଛନ୍ତି। ୧୮୧୭ ମସିହାରେ ତତ୍କାଳୀନ ସମ୍ରାଟ୍‌ କୋଉକାଉ ଅନୁରୂପ ଭାବେ ସିଂହାସନ ତ୍ୟାଗ କରି ତାଙ୍କର ପୁତ୍ରକୁ ଗାଦିନସୀନ କରାଇଥିଲେ। ବର୍ତ୍ତମାନ ଜାପାନରେ ଆରମ୍ଭ ହେଲା ‘ରଓ୍ବୋ ଏରା’ ବା ‘ସୌନ୍ଦର୍ଯ୍ୟ ଓ ସମନ୍ବୟର ଯୁଗ’। ଇତିହାସ ଜାପାନର ଉତ୍ଥାନ-ପତନର ସାକ୍ଷୀ। ଆକିହିତୋଙ୍କ ପିତା ସମ୍ରାଟ୍‌ ହିରୋହିତୋଙ୍କ ଅମଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ପରମାଣୁ ଆକ୍ରମଣରେ ଏହାର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲୋକମାନଙ୍କ ଅଧ୍ୟବସାୟ ଓ ଗଭୀର ଜାତିପ୍ରୀତି ଯୋଗୁ ଖୁବ୍‌ଶୀଘ୍ର ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ଏହି ଯୁଦ୍ଧ ପରେ ଜାପାନ ସାମରିକ ଶକ୍ତି ଉପରେ ଗୁରତ୍ୱ ନ ଦେଇ ଏକ ଶାନ୍ତିପ୍ରିୟ ଦେଶରେ ପରିଣତ ହୋଇଥିଲା। ଆଧୁନିକ ବିଶ୍ୱରେ ଜାପାନ ହେଉଛି ଦୁଇଟି ‘ପି’ର ପ୍ରତୀକ: ପିସ୍‌ (ଶାନ୍ତି) ଓ ପ୍ରୋଗ୍ରେସ୍‌ (ପ୍ରଗତି)। ଏଥି ସହ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଯାଇଛି- ଡାଇନାମିଜିମ୍‌ (ଗତିଶୀଳତା), ଯାହାଫଳରେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଉଁଶ ଭିତରୁ ଫିନିକ୍ସ (ଅଗ୍ନିରୁ ଜନ୍ମ ନେଉଥିବା ପୌରାଣିକ ପକ୍ଷୀ ବିଶେଷ) ପରି ଅଗ୍ରଗତି କରିଚାଲିଛି ଫଳରେ ଏହା ବିଶ୍ୱର ଅନ୍ୟତମ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇଛି ଏବଂ ଏସିଆ ତଥା ଅନ୍ୟ ଦେଶଗୁଡ଼ିକ ଲାଗି ପ୍ରଗତିର ଆଲୋକବର୍ତ୍ତିକା ରୂପେ କାର୍ଯ୍ୟ କରୁଛି। ଚାଇନା ଆଜି ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ତିଆରି କରିବାରେ ଯେଉଁ ପରଦର୍ଶିତା ଦେଖାଉଛି, ତାହା ସେ ଜାପାନକୁ ନକଲ କରି ହିଁ କରିବାରେ ସଫଳ ହୋଇଛି। କିନ୍ତୁ ମାନରେ ସେ କେବେହେଲେ ଜାପାନର ସମକକ୍ଷ ହୋଇପାରି ନାହିଁ। ଜାପାନର ପ୍ରାଧାନ୍ୟ ମାନେ ଏସିଆର ପ୍ରାଧାନ୍ୟ। ଜାପାନ ସହ ଭାରତର ସମ୍ପର୍କରେ ଏବେ ଯଥେଷ୍ଟ ଉନ୍ନତି ଘଟିଛି। ଭାରତରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଜାପାନ ସହଯୋଗ କରୁଛି। ତେଣୁ ଜାପାନରେ ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ଭାରତ ପାଇଁ ମଧ୍ୟ ଆନନ୍ଦର ବିଷୟ। ଏଥି ସହ ବିଦାୟୀ ସମ୍ରାଟ୍‌ଙ୍କର ସୁଖଶାନ୍ତିପୂର୍ଣ୍ଣ ଦୀର୍ଘ ଜୀବନ ପାଇଁ ଭାରତ କାମନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ନର୍ଥ ମାସିଡୋନିଆ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ ମୃତ, ୧୦୦ରୁ ଅଧିକ ଆହତ

ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା...

ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି BLA: ସେନାର Convoy ଉପରେ ବଡ଼ ଆକ୍ରମଣ, ୯୦ ଯବାନ ମୃତ

ଇସଲାମାବାଦ,୧୬।୩: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା...

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ବଡ଼ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ, ଏୟାରଷ୍ଟ୍ରାଇକ୍‌ରେ ୧୯ଜଣ ମୃତ

ଓ୍ବାଶିଂଟନ୍‌,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେଡ୍‌ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image