ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ବର୍ଷ ବୟସରେ ପରଲୋକ

ଟୋକିଓ,୨୯।୧୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ସକାଳେ ଟୋକିଓର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ୧୯୮୨-୧୯୮୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ରାଜନୀତିରେ ସେ ଖୁବ୍‌ ଦକ୍ଷ ଥିବା ବେଳେ ୧୯୮୦ ଦଶକରେ କୁଟନୀତି ପାଇଁ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା ବୋଲି କୁହାଯାଏ।

Share