Categories: ଖେଳ

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ ନେଇ ବିଜୟୀ ହୋଇଛନ୍ତି। ଚଳିତ ସେସନ୍‌ରେ ବୋଟାସଙ୍କ ଏହା ଦ୍ୱିତୀୟ ବିଜୟ। ରେସ୍‌ରେ ବୋଟାସ ନିଜ ଦଳୀୟ ସାଥୀ ତଥା ୫ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି। ଏହି ରେସ୍‌ରେ ଫେରାରିର ସେବାଷ୍ଟିଆନ ଭେଟେଲ ତୃତୀୟ, ରେଡ୍‌ବୁଲର ମ୍ୟାକ୍ସ ଭେର୍ଷ୍ଟାପେନ ଚତୁର୍ଥ ଓ ଫେରାରି ଚାଲର୍‌ସ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ୬ ମାସ ପରେ ସେ ଚଳିତ ବର୍ଷ ତାଙ୍କର ତୃତୀୟ ଟାଇଟଲ ଜିତିଛନ୍ତି। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆରେ ସିଜନର ପ୍ରଥମ ଓ ଏପ୍ରିଲ୍‌ରେ ଆଜରବୈଜାନରେ ଗ୍ରାଣ୍ଡପ୍ରିକ୍ସ ଟାଇଟଲ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ସେ ତୃତୀୟ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ। ସେ ମର୍ସିଡିଜ ପାଇଁ ଷଷ୍ଠ ଟାଇଟଲ ହାସଲ କରିଛନ୍ତି।

Share