ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ ସେଣ୍ଟରର ୧୪ ବୈଜ୍ଞାନିକ ଏବଂ ଶହେରୁ ଅଧିକ ଗବେଷକ ଦୀର୍ଘ ୧୫ ବର୍ଷ ଗବେଷଣା କରି ଏହାର ଔଷଧ ବାହାର କରିଛନ୍ତି। ଏହା ଆସନ୍ତା ବର୍ଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏହି ରୋଗରେ ପୂର୍ବ ଉତ୍ତରପ୍ରଦେଶର ଗୋରଖପୁର ଏବଂ ଓଡ଼ିଶାର ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି। ବୈଜ୍ଞାନିକ ଅନିର୍ବାଣ ବସୁ ଏବଂ ତାଙ୍କ ଗବେଷକ ଦଳ ଏହି ରୋଗ ପାଇଁ ଔଷଧ ପ୍ରସ୍ତୁତିରେ ସଫଳତା ହାସଲ କରିଛନ୍ତି।  ଏହି ଗବେଷଣା ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯିବ ବୋଲି ବସୁ ସୂଚନା ଦେଇଛନ୍ତି।