ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା। ସେ ନିଜ ଟୁଇଟର ଫଲୋଅର୍ସଙ୍କୁ ଖୁସି କରିବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଫଲୋଅର୍ସଙ୍କ ମଧ୍ୟରେ ସେ ୬୪ କୋଟି ଟଙ୍କା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କା ଚୟନ କରାଯାଇଥିବା ଏକ ହଜାର ଭାଗ୍ୟଶାଳୀ ଫଲୋଅର୍ସଙ୍କୁ ମିଳିବ ବୋଲି ସେ କହିଛନ୍ତି। ୪୩ ବର୍ଷ ବୟସ୍କ ମିଜାବା ୨୦୧୦ରେ ଟୁଇଟରରେ ନିଜର ଏକ ଆକାଉଣ୍ଟ୍‌ ଖୋଲିଥିଲେ। ସମ୍ପ୍ରତି ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬.୮ ନିୟୁତ। ନିଜ ଗର୍ଲ ଫ୍ରେଣ୍ଡ୍‌ ଆୟମେ ଗେରିକ୍‌ଙ୍କ ଠାରୁ ଅଲଗା ହେବା ସମୟରେ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସମୟରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭୦ ଲକ୍ଷ ବଢ଼ିଥିଲା। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୨ ଶହ କୋଟି ଡଲାର।

Share