ଜାପାନ ଜାହାଜରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ଟୋକିଓ,୧୬।୨: ଜାପାନ ଉପକୂଳରେ ଅଲଗା ହୋଇ ଠିଆ ହୋଇଥିବା ଜାହାଜ ଡାଇମଣ୍ଡ ପ୍ରିନ୍‌ସେସ୍‌ରେ ବେଳକୁ ବେଳ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ଏଥିରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଥିବା ସୂଚନା ମିଳିଛି। ରବିବାର ଜାପାନର ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଆମେରିକା ଉକ୍ତ ଜାହାଜରେ ଥିବା ତା’ର ନାଗରିକଙ୍କୁ ନେବାକୁ ଉଦ୍ୟମ କରୁଥିବା ବେଳେ ଏହି ଖବର ଏବେ ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ସୂଚନାଯୋଗ୍ୟ, ଜାପାନର ୟୋକୋହାମା ମନ୍ଦରରେ ଗତ ୫ ତାରିଖରୁ ଏହି ଜାହାଜ ଲାଗି ରହିଥିବା ବେଳେ ଏଥିରେ ଥିବା ଯାତ୍ରୀ ଓ କ୍ରିୟୁ ମେମ୍ବରଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

Share