ଜାମାଇକାର ଟୋନି-ଅନ୍‌ ସିଂ ମିସ୍‌ ଓ୍ବାଲର୍‌ଡ

ଲଣ୍ଡନ,୧୫ା୧୨ : ଜାମାଇକାର ଟୋନି-ଅନ୍‌ ସିଂ(୨୩) ଶନିବାର ୨୦୧୯ର ମିସ୍‌ ଓ୍ବାଲର୍‌ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର ୧୧୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ବିରଳ ସଫଳତା ହାସଲ କରିଛନ୍ତି। ଭାରତୀୟ ସୁନ୍ଦରୀ ସୁମନ୍‌ ରାଓ(୨୧) ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ(ସେକେଣ୍ଡ ରନର୍ସ ଅପ୍‌) ହାସଲ କରିଥିବାବେଳେ ଫ୍ରାନ୍ସ ସୁନ୍ଦରୀ ଓଫେଲୀ ମେଜିନୋ(୨୦) ଦ୍ୱିତୀୟ (ପ୍ରଥମ ରନର୍ସ ଅପ୍‌)ସ୍ଥାନ ଅଧିକାର କରିଛନ୍ତି। ୨୦୧୮ର ମିସ୍‌ ଓ୍ବାଲର୍‌ଡ ମେକ୍ସିକୋ ସୁନ୍ଦରୀ ଭାନେସା ପୋନ୍ସ ଟୋନି-ଅନ୍‌ ସିଂଙ୍କୁ ବିଜୟୀ ମୁକୁଟ ପିନ୍ଧାଇ ଥିଲେ।

Share