Categories: ଖେଳ

ଜାମାଇକା ହାଇ କମିଶନରଙ୍କ ସହ ଭାରତୀୟ ଦଳର ରାତ୍ରଭୋଜନ

କିଙ୍ଗ୍‌ଷ୍ଟନ(ଜାମାଇକା),୨୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଏବେ ଜାମାଇକାରେ ଅଛି। ସେଠାକାର ଭାରତୀୟ ହାଇ କମିଶନର ଏମ୍‌. ସେଭାଲା ନାଏକଙ୍କ ବାସଭବନରେ ବୁଧବାର ଭାରତୀୟ ଦଳର ସଦସ୍ୟମାନେ ରାତ୍ରଭୋଜନ କରିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଟି୨୦ ଓ ଦିନିକିଆ ସିରିଜ୍‌ରେ କ୍ଲିନ ସୁଇପ ପରେ ଭାରତୀୟ ଦଳ ଟେଷ୍ଟ ସିରିଜ୍‌କୁ ମଧ୍ୟ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ସାବିନା ପାର୍କଠାରେ ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

Share