Categories: ଜାତୀୟ

ଜାମିଆ ଛାତ୍ରଙ୍କୁ ‘ଯୁବ ବମ୍‌’ କହିଲେ ଉଦ୍ଧବ

ମୁମ୍ବାଇ,୧୭।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଇଛି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଛାତ୍ରମାନେ ହେଉଛନ୍ତି ‘ଯୁବ ବମ୍‌’। ତେଣୁ ସେମାନଙ୍କ ସହ କେନ୍ଦ୍ର ସରକାର ଯେଭଳି ବ୍ୟବହାର କରୁଛନ୍ତି ସେମିତି କରିବା ଠିକ୍‌ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଜାମିଆ ମାମଲା ଜାଲିଆନାଓ୍ବାଲାବାଗ ଭଳି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହେବା ପରଠାରୁ ଦେଶର ଅଧିକାଂଶ ଭାଗରେ ଏହାକୁ ବିରୋଧ କରାଯାଉଛି। ଆଉ ଏହାକୁ ନେଇ ଗତ ପ୍ରାୟ ୩ ଦିନ ହେବ ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ରଣ କ୍ଷେତ୍ର ପାଲଟିଛି।

Share