Categories: ଜାତୀୟ

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜନ୍ତରମନ୍ତର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନର ସ୍ଥିତିକୁ ଦେଖି ଦିଲ୍ଲୀର ମଣ୍ଡି ହାଉସ୍‌ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ସଂସଦ ରାସ୍ତାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ଆନ୍ଦୋଳନକାରୀମାନେ ହାତରେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଧରି ଏକ ଶୋଭାଯାତ୍ରାରେ ବାହାରି ମଣ୍ଡି ହାଉସ୍‌ରୁ ଜନ୍ତରମନ୍ତର ମୁହଁା ହୋଇଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରମାନେ ମଧ୍ୟ ସାମିଲ ହୋଇଛନ୍ତି।

Share