Categories: ଜାତୀୟ

ଜାମିଆ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟି ଥିଲେ ପୋଲିସ: ଜେସିସି ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ,୧୬।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ହୋଇଥିବା ବର୍ବରତାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀରେ ପଶି ପୋଲିସ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟିବାର ଦୃଶ୍ୟ ୪୫ ସେକେଣ୍ଡର ଏହି ଭିଡ଼ିଓରେ ରହିଛି। ଏହାକୁ ଜାମିଆ କୋର୍ଡିନେଶନ କମିଟି ପକ୍ଷରୁ ଜାରି କରାଯାଇଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭ ସମୟରେ ଏଭଳି ହୋଇଥିବା ଜମିଟି କହିଛି। ଗଣ୍ଡଗୋଳ ଭିଆଇଥିବା କିଛି ମୁଖାଧାରୀଙ୍କ ପିଛା କରି ଏଭଳି ହୋଇଥିବା ପୋଲିସ ପକ୍ଷରୁ ସଫେଇ ଦିଆଯାଇଛି।

Share