Categories: ଜାତୀୟ

ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୩୦।୧: କିଛିଦିନ ହେବ ଆଶନ୍ତ ଥିବା ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ପରିସର ପୁଣିଥରେ ଅଶାନ୍ତ ହୋଇ ପଡିଛି। ଗୁରୁବାର ଏଠାରେ ଜଣେ ଯୁବକ ଗୁଳି କରୁଥିବା ଦେଖିବାକୁ ମିଳିଛି। ଜାମିଆ ବିଶ୍ୱବିଦ୍ୟାଳୟ ପରିସରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଜଣେ ଯୁବକ ଗୁଳି ଚଳାଇବା ସହ ଧମକ ଦେଉଥିବା ଦେଖାଯାଇଥିଲା। ଯୁବକ ଜଣକ ଗୁଳି ଚାଳନା ସମୟରେ କହୁଥିଲେ, ଏହି ନିଅ ସ୍ବାଧିନତା। ଏଥିରେ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଉକ୍ତ ଭିଡିଓରେ ଜଣେ ଯୁବକ ବ୍ଲାକ କଲର ଜ୍ୟାକେଟ ପିନ୍ଧିଥିବା ବେଳେ ପୋଲିସମାନଙ୍କଠାରୁ ମାତ୍ର ଅଳ୍ପ କିଛି ମିଟର ଦୂରରେ ରହି ଗୁଳି ଚଳାଉଥିବା ଦେଖାଯାଇଛି। ଉକ୍ତ ଯୁବକଙ୍କୁ ଗରିଫ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆହତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳି ଚାଳନା କରିଥିବା ଯୁବକ ଜଣଙ୍କ ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗର ଯଓ୍ବୋର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ କହିଛି। ରାମ ଭଗତ ଗୋପାଳ ଶର୍ମା ନାମକ ଉକ୍ତ ଯୁବକଙ୍କ ବୟସ ୧୯ ବର୍ଷ ବୋଲି ଜଣାପଡିଛି।

Share