Categories: ଜାତୀୟ

ଜାମିଆ ହିଂସା: ବିନା ଅନୁମତିରେ କ୍ୟାମ୍ପସ୍‌ରେ ପଶି ମାରପିଟ୍‌ କରିଥିଲା ପୋଲିସ; ଭିସି

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ସୋମବାର ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ କୁଳପତି ନଜ୍‌ମା ଅଖତର ଭେଟିଛନ୍ତି। ସେହି ସମୟରେ ଗତ ମାସରେ କ୍ୟାମ୍ପସ୍‌ ଭିତରେ ହୋଇଥିବା ହିଂସାକୁ ନେଇ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଛାତ୍ରମାନେ ଦାବି କରିଥିଲେ। ଏହାକୁ ନେଇ ନଜ୍‌ମା କହିଛନ୍ତି, ମଙ୍ଗଳବାରଠାରୁ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। କ୍ୟାମ୍ପସ୍‌ରେ ବିନା ଅନୁମତିରେ ପୋଲିସ ପ୍ରବେଶ କରି ଘଟାଇଥିବା ହିଂସା ବିରୋଧରେ ପୂର୍ବରୁ ତାଙ୍କ ପକ୍ଷରୁ ଏତଲା ରୁଜୁ କରାଯାଇଥିଲା। କିନ୍ତୁ ପୋଲିସ ଉକ୍ତ ଏତଲାକୁ ଗ୍ରହଣ କରୁନାହିଁ ବୋଲି ନଜ୍‌ମା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ କହିଛନ୍ତି। ଯଦି ଆବଶ୍ୟକ ହୁଏ ଦିଲ୍ଲୀ ପୋଲିସ ବିରୋଧରେ ସେ କୋର୍ଟ ଯିବେ ବୋଲି ଛାତ୍ରମାନଙ୍କୁ ପ୍ରତିଶୃତି ଦେଇଛନ୍ତି। ଏଥିସହ ଛାତ୍ରଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ପରୀକ୍ଷା ତାରିଖକୁ ଘୁଞ୍ଚାଇବାକୁ କରିଥିବା ଦାବିକୁ ନଜ୍‌ମା ମାନି ନେଇଥିବା ଜଣାପଡ଼ିଛି।

Share