Categories: ଜାତୀୟ

ଜାମିଆ ହିଂସା ମାମଲା: ୧୦ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହେଲେ ନାହାନ୍ତି ଛାତ୍ର

ନୂଆଦିଲ୍ଲୀ,୧୭।୧୨: ରାଜଧାନୀ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ହିଂସା ପରିସ୍ଥିତି ଏପର୍ଯ୍ୟନ୍ତ ଥମି ନାହିଁ। ଏହା ଦେଶର ଅନ୍ୟ ଭାଗକୁ ବ୍ୟାପିଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଦିଲ୍ଲୀ ପୋଲିସ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ଜଣେ ହେଲେ ଛାତ୍ର ନ ଥିବା ଜଣାପଡିଛି। ଏମାନେ ସମସ୍ତେ ଆପରାଧିକ ମାମଲାରେ ଜଡିତ ଥିବା ପୋଲିସ କହିଛି। ତେବେ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଦିଲ୍ଲୀର ବିଭିନ୍ନ ଭିଆଇପି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ କରିବା ପରେ ଏହାକୁ ବିରୋଧ କରି ଜାମିଆ ମିଲିଆ ଇସଲାମିଆ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ଏହା ହିଂସାର ରୂପ ନେଇଥିଲା।

Share