Categories: ଜାତୀୟ

ଜାମିନ୍‌ ମିଳିବା ପରେ ଆଇନଜୀବୀ ଭାବେ ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୧୧।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ଜାମିନ୍‌ ମିଳିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ଜଣେ ଆଇନଜୀବୀ ଭାବେ ସୁପ୍ରିମ୍‌କୋର୍ଟରେ ବୁଧବାର ଦେଖିବାକୁ ମିଳିଛି। ଏକ ଘରୋଇ ହିଂସା ଏବଂ ଛାଡ଼ପତ୍ର ମାମଲାରେ କପିଲ ଶିବଲ, ଅଭିଶେକ ମନୁ ସିଙ୍ଘଭୀଙ୍କ ସହିତ ଚଦାମ୍ବରମ୍‌ଙ୍କୁ କୋର୍ଟରେ କେସ୍‌ ଲଢୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆଇଏନ୍‌ଏକ୍ସ୍‌ ମାମଲାରେ ୧୦୬ ଦିନ ପରେ ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାରେ ଶିବଲ୍‌ ଏବଂ ସିଙ୍ଘଭୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା।

Share