Categories: ଜାତୀୟ

ଜାମିନ ମିଳିବା ପରେ ହାର୍ଦ୍ଦିକଙ୍କ ସହ ରେସ୍ତୋରାଁ ପହଞ୍ଚିଲେ ରାହୁଲ

ଅହମ୍ମଦାବାଦ,୧୧।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟରେ ମାନହାନି ମାମଲାକୁ ନେଇ ହାଜର ହୋଇଥିଲେ। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ସହ ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ଡିସେମ୍ବର ୭ରେ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହା ପରେ ପରେ ସେ କଂଗ୍ରେସରେ ଯୋଗ ଦେଇଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସହ ମିଶି ଏକ ରେସ୍ତୋରାଁକୁ ଯାଇଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ରାହୁଲ ଜବଲପୁରରେ ଏକ ରାଲିକୁ ସମ୍ବୋଧନ ଦେବା ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜଣେ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ। ଏହାକୁ ନେଇ ଭାଜପାର ଜଣେ ନେତା କୃଷ୍ଣବଦନ ବ୍ରହ୍ମାଭଟ୍ଟ ତାଙ୍କ ନାଁରେ ମାନହାନି ମୋକଦ୍ଦମା କରିଥିଲେ। ଗୁରୁବାର ମଧ୍ୟ ରାହୁଲ ସବୁ ଚୋରଙ୍କ ନାଁ ପୁର୍ବରୁ ମୋଦି ଲେଖାଯିବା ମନ୍ତବ୍ୟକୁ ନେଇ ଯେଉଁ ମାମଲା ହୋଇଥିଲା ତାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Share