Categories: ଫୁରସତ

ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…

ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ ଠାକୁରଙ୍କ ପାଖରେ ଭୋଗ ଲାଗି କରିଥାନ୍ତି। ତେବେ ଏମିତି ଏକ ମନ୍ଦିର ଅଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କ ଉଦ୍ଦେଶ୍ୟରେ ହାତକଡ଼ି ଚଢ଼ାନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମଧ୍ୟପ୍ରଦେଶ ନିଚମ୍‌ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଜାଲିନେର୍‌ ଗାଁରେ ରହିଛି ଖାଖର ଦେବଙ୍କ ମନ୍ଦିର। ଏଠାରେ ପ୍ରଭୁ ନାଗଦେବତାଙ୍କୁ ପୂଜା କରାଯାଏ। ବିଚାରଧୀନ ବନ୍ଦୀ ଜାମିନ ତଥା ନିର୍ଦ୍ଦୋଷରେ ଖଲାସ ପାଇଁ ରାତିରେ ଏଠାକୁ ପୂଜା କରିବାକୁ ଆସିଥାନ୍ତି। ତାଙ୍କର ମାନସିକ ପୂରଣହେଲେ ସେମାନେ ପୁଣି ଏଠାକୁ ପୂଜା କରିବାକୁ ଆସି ନାଗଦେବତାଙ୍କୁ ହାତକଡ଼ି ଭେଟି ଦେଇଥାନ୍ତି। ଅନେକ ବର୍ଷ ଧରି ଏଠାରେ ଏହି ପରମ୍ପରା ଜାରି ରହିଛି। ମନ୍ଦିର ବାହାରେ ଅନେକ ହାତକଡ଼ି ଝୁଲୁଥିବାର ଦେଖିବାକୁ ମିଳିଥାଏ। ନାଗଦେବତାଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି।

Share