ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏଥିରେ ସୂର୍ଯ୍ୟରେ ସୁନା ଭଳି ଦାନାଦାର କଣିକା ଥିବାର ଦେଖିବାକୁ ମିଳୁଛି। ଏହା ସହିତ ସୂର୍ଯ୍ୟରେ ହେଉଥିବା ବିସ୍ଫୋରଣର ୧୫ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଜାରି ହୋଇଛି। ହଓ୍ବାଇର ଏକ ପାହାଡ଼ ଉପରେ ଅବସ୍ଥାପିତ କରାଯାଇଥିବା ଏହି ଟେଲସ୍କୋପ୍‌ ସୂର୍ଯ୍ୟର ୩୦ କିମି ଅଞ୍ଚଳର ଫଟୋ ଉଠାଇଥିବା କୁହାଯାଉଛି। ସୂର୍ଯ୍ୟ ପୃଥିବୀ ମଧ୍ୟରେ ଦୂରତା ୧୫ କୋଟି କିମି। ତେବେ ଏହି ଟେଲିସ୍କୋପ୍‌ ଦ୍ୱାରା ଅତି ସ୍ପଷ୍ଟ ଭାବେ ସୂର୍ଯ୍ୟ ପୃଷ୍ଠର ଫଟୋ ଉଠାଯାଇଛି। ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଥିବା ଏହି ଫଟୋକୁ ଇତିମଧ୍ୟରେ ୨୫ ହଜାରରୁ ଅଧିକ ୟୁଜର ଲାଇକ୍‌ କରିଥିବାବେଳେ ୯ ହଜାରରୁ ଅଧିକ ଲୋକ ରି ଟୁଇଟ୍‌ କରିଛନ୍ତି।

Share