ଜାଲରେ ପଡିଲା ହ୍ବେଲ୍‌ସାର୍କ: ଉଦ୍ଧାର ପରେ ସମୁଦ୍ରରେ ଛଡ଼ାଗଲା

ଗୋପାଳପୁର,୧୯ା୨: ଗୋପାଳପୁର ଏନ୍‌ଏସିର କେତେଜଣ ମତ୍ସ୍ୟଜୀବୀ ବୁଧବାର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଜାଲ ଟାଣୁଥିବାବେଳେ ସେଥିରେ ଏକ ବଡ ମାଛ ଲାଗିଥିଲା। ଜାଲ କୂଳକୁ ଟାଣି ଆଣିବା ପରେ ଏକ ବଡ ସାର୍କ ମାଛ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିଥିଲେ। ଯାହାର ଲମ୍ବ ପ୍ରାୟ ୭ଫୁଟ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହାପରେ ସେମାନେ ମାଛଟିକୁ ସୁରକ୍ଷିତ ଭାବେ ପୁଣି ସମୁଦ୍ର ମଧ୍ୟରେ ଛାଡି ଦେଇଥିଲେ। ଏ ସମ୍ପର୍କରେ ଡିଏଫ୍‌ଓ ଅମ୍ଲାନ ନାୟକଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ମାଛଟି ହେଉଛି ୱେଲ୍‌ସାର୍କ। ଏହା ବିରଳ ପ୍ରଜାତିର ମାଛ। ଏହାକୁ ସୁରକ୍ଷିତ ଭାବେ ସମୁଦ୍ର ମଧ୍ୟକୁ ଛାଡି ଦିଆଯାଇଥିବା ସୂଚନା କହିଥିଲେ।

Share