Categories: ଜାତୀୟ

ଜାଲିଆତି ଅଭିଯୋଗ ଚିନ୍ତାଜନକ: ପ୍ରଣବ

ନୂଆଦିଲ୍ଲୀ,୨୨ା୫(ପି.ଟି.): ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିବାବେଳେ ଭୋଟରଙ୍କ ରାୟରେ ଜାଲିଆତି ଅଭିଯୋଗ ଚିନ୍ତାଜନକ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ସଂସ୍ଥାଗତ ସାଧୁତା ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ଏହା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇବା ଆବଶ୍ୟକ ବୋଲି ପ୍ରଣବ ମତ ଦେଇଛନ୍ତି। ଭାରତୀୟ ଗଣତନ୍ତ୍ରର ମୌଳିକତାକୁ କୌଣସି କଳ୍ପନାଜଳ୍ପନା ଆଧାରରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ପୂର୍ବତନ ରାଷ୍ଟ୍ରପତି କହିଛନ୍ତି।

Share