ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି , ଏବିଭିପିର ତ୍ରିରଙ୍ଗା ଯାତ୍ରା

କେନ୍ଦୁଝର୧୫।୮(ସ୍ବ.ପ୍ର.): କେନ୍ଦୁଝର ଏବିଭିପି ଶାଖା ପକ୍ଷରୁ ଗୁରୁବାର ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏବିଭିପିର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସ୍ଥାନୀୟ ମାଇନିଂରୋଡ ଖଣି ଯାନ୍ତ୍ରିକ ବିଦ୍ୟାଳୟ ଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଭାରତ ମାତା କି ଜୟ ଧ୍ୱନୀରେ ସହର ପ୍ରକମ୍ପିତ ହୋଇଥିଲା। ଏହି ତ୍ରିରଙ୍ଗା ଯାତ୍ରାରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗଦେଇ ଦେଶ ମାତୃକାର ଜୟ ଜୟକାର କରି ହତ୍ୟାକାଣ୍ଡରେ ପ୍ରାଣ ବଳି ଦେଇଥିବା ସେହି ନିରୀହ ଭାରତୀୟମାନଙ୍କୁ ମାନେ ପକାଇଥିଲେ ।