ଜାଲ ଦସ୍ତାବିଜ ବଳରେ ଜମି ବିକ୍ରି ଉଦ୍ୟମ : ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଜିଲା ଉପନିବନ୍ଧକ

ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା ପଡିଛି । ଏନେଇ ଜିଲା ଉପ ନିବନ୍ଧକ ଦେବଗଡ ଥାନାରେ ଲିଖୀତ ଅଭିଯୋଗ କରିବାପରେ ପୁଲିସ ଦେବଗଡ ପୌରାଞ୍ଚଳ ତଳ ଭିତିରିଆସାହିର ଜଣେ ବିଧବା ମହିଳା ଓ ତାଙ୍କ ପୁଅ ବିରୁଦ୍ଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଞ୍ଚଳ ତଳ ଭିତିରିଆ ସାହିର ସ୍ବର୍ଗତଃ ଅରୁଣ ପ୍ରଧାନଙ୍କ ବିଧବା ସ୍ତ୍ରୀ ସଞ୍ଜୁକ୍ତା ପ୍ରଧାନ ଓ ପୁଅ ଶାନ୍ତନୁ ପ୍ରଧାନ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ରେ ଥିବା ୫୬ ଡେସିମିଲ ଜମି ବିକ୍ରୀକୁ ୮୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ଦେବଗଡ ପୌରାଞ୍ଚଳ ରଙ୍ଗିଆଗୁଡା ସାହିର ସୁଜାତା ହଂସ, ତଳ ଭିତିରିଆ ସାହିର ସଞ୍ଜୟ ଖାଁ, ମେହେଜାବିନ ବାନୋ ଓ ତିଲେଇବଣି ବ୍ଲକ ତଥା ଦେବଗଡ ଥାନାଞ୍ଚଳ କୁରେହିଁବାହାଳ ଗ୍ରାମର ଡୋଳାକାନ୍ତ ନାୟକଙ୍କୁ ବିକ୍ରୀପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ସଞ୍ଜୁକ୍ତା ଓ ତାଙ୍କ ପୁଅ ଶାନ୍ତନୁ ଜାଲ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୪ଲକ୍ଷ ୪୪ ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ସହିତ ଅନ୍ୟାନ୍ୟ ଦସ୍ତାବିଜ ଦାଖଲ କରିଥିଲେ ଏବଂ ଜମି ବିିକ୍ରି ଓ ୧ ପଞ୍ଜୀକରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ କାଗଜପତ୍ର ଯାଞ୍ଚ ସମୟରେ ଦାଖଲ ହୋଇଥିବା ଲିଗାଲ ହେୟାର ସାର୍ଟିଫିକେଟ ଜାଲ ହୋଇଥିବା ଜିଲା ଉପ ନିବନ୍ଧକଙ୍କ ସନ୍ଦେହ ହୋଇଥିଲା । ଫଳରେ ସେ ଦାଖଲ ହୋଇଥିବା ଲିଗାଲ ହେୟାର ସାର୍ଟିଫିକେଟର ବୈଦ୍ଧତା ନିମନ୍ତେ ଦେବଗଡ ତହସିଲଦାରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଏହା ଜାଲ ବୋଲି ଜଣାପଡିଥିଲା । ଫଳରେ ଜିଲା ଉପନିବନ୍ଧକ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri