ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ କିଛିଦିନ ଧରି ଖୋର୍ଦ୍ଧା ସହରରେ ଜାଲ ନୋଟ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସେ ନେଇ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ ମୁତାବକ ଆଦର୍ଶ ଥାନା ଅଧିକାରୀ ଉମା ପ୍ରସାଦ ସିଂହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କଟକ ଜିଲା ବାଙ୍କି ଥାନା ତାଳବସ୍ତ ଗ୍ରାମର ବିଜୁ ଦାସ(୨୦) ଏବଂ ଜଟଣୀ ଥାନା ଓଗାଳପଡ଼ା ଗ୍ରାମର ବାପୁଜୀ ଚରଣ ସିଂ(୫୯)ଙ୍କୁ ଗିରଫ କରାଯାଇଛି। ବିଜୁଙ୍କଠାରୁ ୧୦୦ ଟଙ୍କିଆ ୧୪ ଖଣ୍ଡ ଓ ବାପୁଜୀଙ୍କଠାରୁ ୧୦୦ ଟଙ୍କିଆ ୪ ଖଣ୍ଡ ଏବଂ ୫୦ଟଙ୍କିଆ ୧୩୫ ଖଣ୍ଡ ନୋଟ ଜବତ ହୋଇଛି। ଏ ନେଇ ଥାନାରେ ମାମଲା ନଂ(୮୦/୨୦) ଦଫା ୪୮୯(ଖ), ୪୮୯(ଗ), ଆଇପିସି ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି।

Share