ପୁରୁଷୋତ୍ତମପୁର,୧ା୩(ଡି.ଏନ.ଏ.)-ପୁରୁଷୋତ୍ତମପୁର ପୋଲିସ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଶାଶନପଲ୍ଲୀ ଗ୍ରାମର କେ.ଶୁରେଶ ପାତ୍ର ଓ କେ.ନୂଆଗାଁ ଥାନା ଚିକିଟିପେଣ୍ଠ ଗ୍ରାମର ଭୈରବ କୁମାର ସାହୁ। ଉଭୟଙ୍କଠାରୁ ଜାଲ ନୋଟ ସହ ଗୋଟିଏ ବାଇକ୍, ୫ ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ପୋଲିସ ନଂ.୪୯/୨୦ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦ୍ୱୟଙ୍କୁ ରବିବାର କୋର୍ଟଚାଲାଣ କରିଛି।
ତଦନ୍ତକାରି ଅଧିକାରୀ ଏସ୍ଆଇ ସୁନିଲ କୁମାର ପ୍ରଧାନଙ୍କ କହିବା ପ୍ରକାରେ, ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ଏକ ବାଇକ(ନଂ ଓଡି ୦୭ ୱାଇ ୩୧୦୨)ରେ ଶୁରେଶ ଓ ଭୈରବ ଆସୁଥିଲେ। ଗାଡିକୁ ଯାଞ୍ଚ ବେଳେ ଡିକିରେ ପାଞ୍ଚଶହ ଟଙ୍କିଆ ୨୭ଟି, ଦୁଇ ଶହ ଟଙ୍କିଆ ୧୫ ସହିତ ୫ ମୋବାଇଲ ଫୋନ ରହିଥିଲା। ଏହାକୁ ନେଇ ପୋଲିସ ଥାନାକୁ ଆଣିଥିଲା। ପରେ ଉକ୍ତ ଟଙ୍କାକୁ ପୁରୁଷୋତ୍ତମପୁର ଷ୍ଟେଟ୍ବ୍ୟାଙ୍କରେ ଦେଖାଇବା ବେଳେ ଏହା ଜାଲ ନୋଟ ଥିବା ଜଣାପଡିଛି।