ଜାଳ ସଂଗ୍ରହ ବେଳେ ମିଳିଲା ଶିବଲିଙ୍ଗ

ଖଇରା, ୧୨।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସାଦିକପୁର ଗ୍ରାମର ମୋହନ ମହାନ୍ତି ଜାଳ ଉଦ୍ଦେଶ୍ୟରେ ମାଉସୀ ବାଡି ମନ୍ଦିର ନିକଟରେ ଥିବା ପୋଲ କଡରେ କିଛି ଅମରିଗଛ କାଟି ଶୁଖାଇଥିଲେ। ଇତିମଧ୍ୟରେ ମୋହନ ମହାନ୍ତିଙ୍କ ପରଲୋକ ହେବାର ଅନ୍ୟୁନ ୨୦ଦିନ ବିତିଯାଇଛି ା ଶନିବାର ସ୍ବର୍ଗତ ମୋହନଙ୍କ ନାତି ଉକ୍ତ ଜାଳ ସଂଗ୍ରହ ପାଇଁ ଶୁଖିଲା ଅମରି ସଂଗ୍ରହ କରୁଥିବା ବେଳେ ଗୋଡରେ ପଥର ବାଜିବାରୁ ସେ ଝୁଣ୍ଟି ପଡି ସାଙ୍ଗମାନଙ୍କୁ ଡାକିଥିଲେ। ସାଙ୍ଗମାନେ ପହଞ୍ଚିବା ପରେ କଣ୍ଟାବୁଦା ସଫା କରି ତାହା ଦେଖିବା ପରେ ତାହା ଏକ ଶିବ ଲିଙ୍ଗ ବୋଲି ଜଣାପଡିଥିଲା। ପରେ ତାକୁ ଧୁଆଧୋଇ କରି ଗ୍ରାମବାସୀ ଜଗନ୍ନାଥଙ୍କ ମାଉସୀବାଡି ହେଉଥିବା ଗୃହ ଚାନ୍ଦିନୀରେ ରଖିଥିଲେ। ପରେ ଗ୍ରାମବାସୀ ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପୂର୍ବତନ ୱାର୍ଡସଭ୍ୟ ଅତୁଲ୍ୟ ନାୟକ କହିଛନ୍ତି।

Share