Categories: ଜାତୀୟ

ଜାହାଜରେ ଲାଗିଲା ନିଆଁ: ପାଣିକୁ ଡେଇଁଲେ ୨୯ କ୍ରିୟୁ ମେମ୍ବର

ବିଶାଖାପଟନମ୍‌,୧୨।୮: ବିଶାଖାପଟନମ୍‌ରେ ସୋମବାର ଦିନ ପ୍ରାୟ ୧୧ଟା ୩୦ରେ ଏକ ଜାହଜରେ ନିଆଁ ଲାଗିଯିବା ଫଳରେ ଏଥିରେ ଥିବା ୨୯ ଜଣ କ୍ରିୟୁ ମେମ୍ବର ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ। ଜାଗୁଆର ନାମକ ଏହି ଜାହାଜରେ କେମିତି ନିଆଁ ଲାଗିଲା ତା’ର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା କ୍ରିୟୁ ମେମ୍ବରଙ୍କୁ ଖୋଜିବା କାମ ଚାଲିଥିବା ସୂଚନା ମିଳିଛି। ତେବେ ଜାହାଜରେ ପ୍ରଥମେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଥିଲା। ଏହାପରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ ସିପ(ଆଇସିଜିଏସ୍‌) ରାନି ରସମୋନି ନିକଟରେ ଥିବା ବେଳେ ତାର ଗତିପଥକୁ ପରିବର୍ତ୍ତନ କରାଯାଇ ବିଶାଖାପଟନମ ପୋର୍ଟ ଟ୍ରଷ୍ଟ ସହ ସମ୍ପର୍କ କରି ଉଦ୍ଧାର ପାଇଁ ପଠାଯାଇଥିଲା।

Share