ଜାହାଜ କଣ୍ଟେନର ରହିଣି ଶୁଳ୍କ ଆଦାୟ ହେବନି

ନୂଆଦିଲ୍ଲୀ,୩୦। ୩: ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦରଗୁଡିକରେ କଣ୍ଟେନର ରହଣି ଶୁଳ୍କ ଆଦାୟ ନ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦରଗୁଡିକରେ ମାଲ ପରିବହନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ କୌଣସି ନୂତନ ବା ଅତିରିକ୍ତ ଶୁଳ୍କ ଅସୁଲ ନ କରିବା ଲାଗି ମଧ୍ୟ କୁହାଯାଇଛି। କୋଭିଡ ଲକ୍‌ଡାଉନ ଲାଗି କାର୍ଗୋ ମାଲିକମାନେ ଜିନିଷପତ୍ର ଖଲାସ କରିବା ଲାଗି ଅସୁବିଧା ସାମ୍ନା କରିଥିଲେ। ଏହି ନିର୍ଦ୍ଦେଶ ଫଳରେ ସେମାନଙ୍କୁ ଆଉ ଅସୁବିଧା ସାମ୍ନା କରିବାକୁ ପଡିବ ନାହିଁ।

Share