ଜାହ୍ନବୀଙ୍କ ଆଶା

ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍‌ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ ଚିନ୍ତା କରୁଛନ୍ତି। ସେ କହି ବୁଲୁଛନ୍ତି ଯେ, ତାଙ୍କ ସାନଭଉଣୀ ଖୁସି ମଧ୍ୟ ଆକ୍ଟିଂ କ୍ୟାରିୟର ଆରମ୍ଭ କରୁ। ଏଥିପାଇଁ ସେ କେତେଜଣ ପ୍ରଯୋଜକଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି। ‘ଖୁସି ଆକ୍ଟିଂ କରିବାକୁ ଆଗ୍ରହୀ, ଏ କଥା ମୁଁ ପାପା (ବୋନି କପୁର)ଙ୍କୁ କହିବା ପରେ ସେ ମଧ୍ୟ ଗ୍ରୀନ୍‌ ସିଗ୍‌ନାଲ ଦେଖାଇ ସାରିଛନ୍ତି। କେବଳ ପ୍ରଡକ୍ସନ ହାଉସ୍‌ ରାଜିହେଲେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବ ବୋଲି କହନ୍ତି ଜାହ୍ନବୀ।

Share