ଜାହ୍ନବୀଙ୍କ ଡ୍ରେସକୁ ନେଇ ଏମିତି କହିଲେ କ୍ୟାଟ୍ରିନା : କଡ଼ା ଜବାବ ଦେଲେ ସୋନମ

ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ନେଇ କହୁ କହୁ ଏକ ବଡ଼ କଥା କହିଦେଇଛନ୍ତି କ୍ୟାଟ୍ରିନା କୈଫ୍‌। ଏହି କଥାର କଡ଼ା ଜବାବ ରଖିଛନ୍ତି ସୋନମ କପୁର। କ୍ୟାଟ୍ରିନାଙ୍କୁ ଜଣାଇ ଦେବା ପାଇଁ ସୋନମ ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି ଜାହ୍ନବୀ ସବୁବେଳେ ଡ୍ରେସରେ ଖୁବ୍‌ ସୁନ୍ଦର ଲାଗନ୍ତି। କହିରଖୁଛୁ, କ୍ୟାଟ୍ରିନା ନେହା ଧୂପିଆଙ୍କ ଟକ୍‌ ଶୋ’ରେ ଯୋଗ ଦେଇଥିଲେ। ଏଥିରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କେଉଁ ସେଲିବ୍ରିଟିଙ୍କ ଜିମ୍‌ ଲୁକ୍‌ ଭଲ ଲାଗିଥାଏ। ଏହାର ଉତ୍ତରରେ କ୍ୟାଟ୍‌ କହିଥିଲେ, ଜାହ୍ନବୀ ମୋ ସହିତ ଜିମ୍‌ ଆସୁଛନ୍ତି। ତାଙ୍କର ଛୋଟ ଡ୍ରେସ ପିନ୍ଧା ଜମା ଭଲ ଲାଗେନି। ଏମିତି କି ଜାହ୍ନବୀଙ୍କ ଛୋଟ ଡ୍ରେସ ତାଙ୍କ ଚିନ୍ତା ବଢ଼ାଇ ଦେଉଛି ବୋଲି କହିଥିଲେ। ଯାହା ସୋନମଙ୍କୁ ଭଲ ଲାଗି ନ ଥିଲା। କ୍ୟାଟ୍‌ଙ୍କୁ କଡ଼ା ଜବାବ ଦେବା ପାଇଁ ସେ ଜାହ୍ନବୀ ଅର୍ଥାତ ତାଙ୍କ କଜିନ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share