ଜାହ୍ନବୀଙ୍କ ସହ ଫିଲ୍ମ ଶୁଟିଂବେଳେ ଭାବପ୍ରବଣ ହେଲେ ଏହି ଅଭିନେତା

ବଳିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ନିଜ ଫିଲ୍ମ ପାଇଁ ତ ଆଉ କେବେ ମା’ ଶ୍ରୀଦେବୀଙ୍କ ପାଇଁ। ଫିଲ୍ମ ‘ଧଡ଼କ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ଏବେ ଜାହ୍ନବୀଙ୍କ ହାତରେ ‘ତଖ୍ତ’ ଏବଂ ‘ଗୁଞ୍ଜନ ସକ୍ସେନା:କାରଗିଲ ଗର୍ଲ’ ଭଳି ଫିଲ୍ମ ରହିଛି। ଏବେ ‘ଗୁଞ୍ଜନ ସକ୍ସେନା’ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ଜାହ୍ନବୀ। ଏହି ଫିଲ୍ମରେ ସେ ଅଙ୍ଗଦ ବେଦୀଙ୍କ ସହ ନଜର ଆସିବେ। ଫିଲ୍ମ ଶୁଟିଂ ସମୟର ଅନୁଭବ ଶେୟାର କରିବାକୁ ଯାଇ ଅଙ୍ଗଦ କହିଛନ୍ତି, ଜାହ୍ନବୀଙ୍କ ଆଖିରେ ଶ୍ରୀଦେବୀଙ୍କ ଝଲକ ରହିଛି। ତାଙ୍କ ସହ ଶୁଟିଂବେଳେ ଭାବପ୍ରବଣ ହୋଇଯାଇଥିଲି। ଅଭିନୟ ପ୍ରତି ତାଙ୍କ ନିଷ୍ଠା ଦିନେ ତାଙ୍କୁ ଉଚ୍ଚସ୍ତରରେ ପହଞ୍ଚାଇବ ବୋଲି ସେ କହିଛନ୍ତି।

Share