Advertisement

ଜାହ୍ନବୀ-ଖୁସିଙ୍କ ପ୍ରଥମ ଟିକ୍‌-ଟକ୍‌ ଭିଡିଓ

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ଜାରି ହୋଇଛି। ସବୁଲୋକ ଏକପ୍ରକାର ବନ୍ଦହୋଇ ରହିଥିବାବେଳେ ବଲିଉଡ୍‌ ତାରକାମାନେ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟକୁ ସମସ୍ତେ ଭିନ୍ନ ଢଙ୍ଗରେ କିଛି ନା କିଛି କରି ବିତାଉଛନ୍ତି। ତେବେ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ଜାହ୍ନବୀଙ୍କ ଭଉଣୀ ଖୁସି କପୁର ନିଜ ଘରକୁ ଆସିଥିଲେ। ଦୁଇ ଭଉଣୀ ଖୁସି ଏବଂ ଜାହ୍ନବୀ ମସ୍ତ ଭାବେ ନିଜ କ୍ୱାଲିଟି ସମୟ ବିତାଉଛନ୍ତି। ଦୁଇ ଜଣ ବହୁତ ଫ୍ରେଣ୍ଡ୍‌ଲି। ସବୁକଥା ଶେୟାର ମଧ୍ୟ କରନ୍ତି। ଜାହ୍ନବୀ ଏବଂ ଖୁସି କିଛି ଦିନ ତଳେ ଏକ ଟିକ୍‌-ଟକ୍‌ ଭିଡିଓ କରି ସୋସିଆଲ ସାଇଟ୍‌ରେ ଶେୟାର କରିଛନ୍ତି। ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଭଉଣୀ କେତେକ ଫନୀ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଖୁସି ପୂର୍ବରୁ ଟିକ୍‌ ଟକ୍‌ରେ ନ ଥିଲେ। ତେବେ ଫ୍ୟାନ୍‌ମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଖୁସିଙ୍କୁ ଏହି ଭିଡିଓଟି ଏତେ ଭଲ ଲାଗିଛି ଯେ, ଜାହ୍ନବୀଙ୍କ ପୂର୍ବରୁ ସେ ସବୁ ସୋସିଆଲ ସାଇଟ୍‌ରେ ଏହାକୁ ଶେୟାର କରିଛନ୍ତି। ପ୍ରଶ୍ନ ମଧ୍ୟରୁ ଦୁହିଁଙ୍କ ମଧ୍ୟରୁ ବହୁତ ଷ୍ଟାଇଲିସ୍‌ କିଏ, କିଏ ଆଗ ବିବାହ କରିବ ଏବଂ ଦୁହିଁଙ୍କ ମଧ୍ୟରୁ ଅଧିକ ଖର୍ଚ୍ଚ କିଏ କରେ ଏମିତି ଅନେକ ପ୍ରଶ୍ନର ଉତ୍ତର ଦୁହେଁ ଦୁହିଁଙ୍କୁ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share