ଜିଅନ୍ତା ଛେଳିକୁ ମାରି ଖାଇଦେଲେ ବୁଲା କୁକୁର

ଧମା, ୨୮।୩ (ଡି.ଏନ.ଏ.): ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି । ଫଳରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ହୋଟେଲ, ଦୋକାନ ବଜାର ବନ୍ଦ ରହଛି। ଏହାଦ୍ୱାରା ବୁଲା ଗୋରୁ ଓ କୁକୁରଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେଇଛି। ସମ୍ବଲପୁର ଜିଲା ଧମା ଅଞ୍ଚଳରେ ବୁଲା କୁକୁରପଲ ଖାଇବାକୁ ନ ପାଇ ଏକ ଜିଅନ୍ତା ଛେଳିକୁ ମାରି ଖାଇ ଦେଇଛନ୍ତି।