ଇନ୍ଦୋର,୧୫।୭: ମଧ୍ୟ ପ୍ରଦେଶର ଏକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ଏବେ ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍ ପାଇଁ ଇନ୍ଦୋରର ପ୍ରସିଦ୍ଧ ପୋହା ଓ ମାଲଓ୍ବା ଅଞ୍ଚଳର ଆଉ ୩ଟି ଖାଦ୍ୟର ନାଁକୁ ନେଇ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି। ପୋହା ସହ କ୍ଷୀରରେ ତିଆରି ସିକଞ୍ଜି, ଲଙ୍ଗ ସେଓ ଓ ଖଟା ମିଠା ନମକିନର ନାଁ ଜିଆଇ ଟ୍ୟାଗ ପାଇଁ ଦିଆଯିବ ବୋଲି ସୂଚନା ମିଳିଛି। ମିଠାଇ ଓ ନମକିନ ନିର୍ମାତା-ବିକ୍ରେତା ବ୍ୟବସାୟୀ ସଂଘର ସେକ୍ରେଟାରୀ ଅନୁରାଗ ବୋର୍ଥା ଏହି ସୂଚନା ଦେଇଛନ୍ତି। ଏହି ୪ଟି ଖାଦ୍ୟ ଇନ୍ଦୋରର ବହୁ ପୁରାତନ ଖାଦ୍ୟ ହୋଇଥିବାରୁ ସେ ଏହାକୁ ଜିଆଇ ରେଜିଷ୍ଟ୍ରିକୁ ପଠାଇବେ।