ଜିଆର୍‌ଏସ୍‌ଙ୍କୁ ଆକ୍ରମଣ ଘଟଣା: ଦମ୍ପତି ଗିରଫ

ବାସୁଦେବପୁର, ୩୦।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ କିଆପଡ଼ା ଗ୍ରାମର ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ରାମର ହେମନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ବେହେରା। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଆହତ ଲମ୍ବୋଦରଙ୍କ ସ୍ତ୍ରୀ ଇତିଶ୍ରୀଙ୍କ ଅଭିଯୋଗକ୍ରମେ ପୋଲିସ ଆକ୍ରମଣକାରୀ ଦମ୍ପତିଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ଏ ନେଇ ଥାନାରେ ଏକ ମାମଲା(ନଂ.୧୯୧/୧୯) ରୁଜୁ ହୋଇଛି। ଅନ୍ୟପକ୍ଷେ ଗିରଫ ମହିଳା ଗୀତାଞ୍ଜଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଲମ୍ବୋଦର ତାଙ୍କ ଘରକୁ ଯାଇ ତାଙ୍କୁ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଅଭିଯୋଗ କ୍ରମେ ପୋଲିସ ଲମ୍ବୋଦରଙ୍କ ନାମରେ ଆଉ ଏକ ମାମଲା(ନଂ.୧୯୨/୧୯) ରୁଜୁ କରିଛି। ଉଲ୍ଲେଖନୀୟ ଯେ, ଆକ୍ରମଣରେ ଗୁରୁତର ହୋଇ ଲମ୍ବୋଦର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି।