ଜିଆର୍‌ଏସ୍‌ଙ୍କ ବଦଳି: ରହିତାଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୬। ୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଥିବା ୩୦ ଜଣ ଜିଆରଏସ୍‌ଙ୍କର ଡିଆର୍‌ଡିଏ ଚିଠି ନଂ. ୬୪୦୭/୨୮/୧୧/୨୦୧୯ରେ ଅନ୍ୟତ୍ର ବଦଳି ହୋଇଥିଲା। ମାତ୍ର ପାତର ଅନ୍ତର ଓ ମନମୁଖି ନୀତିରେ ଏହି ବଦଳି ହୋଇଥିବା ସହ ସେମାନଙ୍କ ଘରଠାରୁ ୨୦ରୁ ୪୦କିମି ଦୂରକୁ ବଦଳି ଅଭିଯୋଗରେ ୨୨ଜଣ ଜିଆରଏସ ହାଇକୋର୍ଟଙ୍କର ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ମାମଲାର ଶୁଣାଣି କରି ବଦଳି ଉପରେ ଅନ୍ତରୀଣ ରହିତାଦେଶ ୧୧/୧୨/୨୦୧୯ ପର୍ଯ୍ୟନ୍ତ ଜାରି କରିଛନ୍ତି । ମାମଲା ନଂ. ଡବ୍ଲ୍ୟୁ ପି.(ସି) ୨୪୨୫୩/୨୦୧୯ ଏବଂ ଆଇ. ଏ. ୧୬୭୫୩/୨୦୧୯ରେ ଜବାବ ରଖିବା ପାଇଁ ପିଡି ଡିଆର୍‌ଡିଏ, ଜିଲାପାଳ, ହାଟଡିହୀ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।