ଜିଏମ୍‌ଆର୍‌ରେ ପରିବେଶ ଦିବସ ପାଳିତ : ୩୩ ମିନିଟ୍‌ରେ ଲାଗିଲା ୮୦୦୦ ଚାରା

ଢେଙ୍କାନାଳ ଅଫିସ, ୯ା୬ – ଢେଙ୍କାନାଳ ଜିଲା କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ ଏନର୍ଜି ଲିମିଟେଡ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଶେଷ ହୋଇଛି। କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଠିକାସଂସ୍ଥା, ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ୩୩ମିନିଟ୍‌ରେ ୮୦୦୦ ଚାରା ଲଗାଇ କରି ରେକର୍ଡ କରିଛନ୍ତି। ଜିକେଇଏଲ୍‌ ପ୍ରଗତି ଲେଡିଜ୍‌ କ୍ଲବର ସଭ୍ୟାମାନେ ୧୧୦ ଚାରା ରୋପଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କୁ ୧୦୦ଟି ଆମ୍ବଚାରା ବଣ୍ଟନ କରାଯାଇଥିଲା। ଏଥିସହ ପ୍ଲାଣ୍ଟ ପରିସରରେ ପରିବେଶ ସଚେତନତା ସମ୍ପର୍କିତ ପୋଷ୍ଟର ଲଗାଯିବା ସହ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟାଉନଶିପ ମହିଳା ଓ ଶିଶୁଙ୍କ ମଧ୍ୟରେ ଜଣାଅଜଣା ଓ ପୋଷ୍ଟର ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ।
କମ୍ପାନୀର ସିଇଓ ରମେଶ ଆର. ପାଇ, ପ୍ରଗତି ଲେଡିଜ୍‌ କ୍ଲବ ସଭାନେତ୍ରୀ ସନ୍ଧ୍ୟା ପାଇ ଯୋଗଦେଇ କହିଲେ, କମ୍ପାନୀ ପକ୍ଷରୁ ପରିବେଶ ସୁରକ୍ଷା ନେଇ ବର୍ଷତମାମ କାର୍ଯ୍ୟକ୍ରମ ଜାରି ରହିବ। ଏ କ୍ଷେତ୍ରରେ ସମସ୍ତେ ସହଯୋଗ କରିବାକୁ ଉଭୟେ ପରାମର୍ଶ ଦେଇଥିଲେ।