Categories: ବାଣିଜ୍ୟ

ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୭: ଜୁନ୍‌ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଆସିଛି। ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଏହି ମାସରେ ୯୯,୯୩୯ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷର ଏହି ଅବଧିରେ ଜିଏସ୍‌ଟି ଆଦାୟ ୯୫,୬୧୦ କୋଟି ଟଙ୍କା ଥିଲା। ଚଳିତବର୍ଷ ମେ’ରେ ୧ ଲକ୍ଷ ୨୮୯କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ଏଥିରେ ୧୮,୩୬୬ କୋଟି ଟଙ୍କା ସିଜିଏସ୍‌ଟି, ୨୫,୩୪୩ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ଆଇଜିଏସ୍‌ଟି ୪୭,୭୭୨ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୮,୪୫୭ କୋଟି ଟଙ୍କା ସାମିଲ ହୋଇଛି।

Share