ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର ବ୍ୟସ୍ତତା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଫଳରେ ଏହି ବୈଠକରେ ଇ-ଯାନ ଉପରେ ଟିକସ ଆଦାୟକୁ ନେଇ ହେବାକୁ ଥିବା ନିଷ୍ପତ୍ତି ପୁଣି କିଛି ଦିନ ପାଇଁ ଘୁଞ୍ଚତ୍ଗଲା। ଇ-ଯାନ ଉପରେ ନିଆଯାଉଥିବା ଟିକସକୁ ୧୨ରୁ ୫%କୁ ହ୍ରାସ କରିବା ନେଇ ନିଷ୍ପତ୍ତି ନିଆଯିବାର ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ବୈଠକର ପରବର୍ତ୍ତୀ ତାରିଖ ପରେ ପ୍ରକାଶ କରାଯିବ। ସେ କହିଛନ୍ତି ଯେ, ରାଜ୍ୟ ସଭାରେ ଆଇବିସି ସଂଶୋଧନ ବିଲ୍ ଉପରେ ଆଲୋଚନାରେ ଅର୍ଥମନ୍ତ୍ରୀ ସୀତାରାମନ୍ ଅଂଶଗ୍ରହଣ କରିବାକୁ ଥିବାରୁ କାଉନସିଲ୍ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାପଡିଥିଲା। ଇତିମଧ୍ୟରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର ସୀତାରାମନ୍ଙ୍କୁ ପତ୍ର ଲେଖି ମାତ୍ର ଗୋଟିଏ ଏଜେଣ୍ଡା ପାଇଁ ତରବରିଆ ବୈଠକ ଡାକିବାକୁ ବିରୋଧ କରିଥିଲେ।