ନୂଆଦିଲ୍ଲୀ,୨୪-୧୧: ଜିଏସ୍ଟି ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ନେଇ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍.କେ.ସିଂ ଶନିବାର ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଜିଏସ୍ଟିରେ ରହିଥିବା ଜଟିଳ ଅନୁପାଳନ ପଦ୍ଧତିକୁ ସଜାଡିବା ଉପରେ ସେ ମତ ରଖିଛନ୍ତି। ଏହାବାଦ ବାରମ୍ବାର ଟିକସ ସ୍ଲାବ ପରିବର୍ତ୍ତନ କରିବା ଯୋଗୁ ଏହା ରାଜସ୍ବ ହ୍ରାସର ଏକ କାରଣ ପାଲଟିଛି। ଏଦିଗକୁ ବିଚାର କଲେ ଟିକସ ସଂଗ୍ରହରେ ଉନ୍ନତି ଆସିବ। ସେହିଭଳି କେନ୍ଦ୍ର ପ୍ରାୟୋଜିତ ଯୋଜନା ହ୍ରାସ, ଆର୍ଥତ୍କ ନିଷ୍ପତ୍ତି କ୍ଷେତ୍ରରେ ନୀତି ଆୟୋଗର କୌଣସି ସ୍ବତନ୍ତ୍ରତା ନ ଥିବାରୁ ଏହାକୁ ସିଂ ସମାଲୋଚନା କରିଛନ୍ତି।